ପୁରୀ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ : ବିଭିନ୍ନ ଅଧିକାର ଦାବୀ ନେଇ ଗୁରୁବାର ପୁରୀ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ଦେବକୀ କିନ୍ନରଙ୍କ ନେତୃତ୍ୱରେ ଶତାଧିକ କିନ୍ନର ଏହି ବିକ୍ଷୋଭରେ ସାମିଲ ହୋଇ ସ୍ଲୋଗାନ ଦେବାସହ ପ୍ରତିବାଦ କରିଥିଲେ। ବିଭିନ୍ନ ଦାବୀନେଇ ଏହି କିନ୍ନର ମାନେ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧରଣା ଦେଇଥିଲେ। ବିଶେଷକରି ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତୃତୀୟ ଲିଙ୍ଗର ମାନ୍ୟତା ପାଇଥିବା କିନ୍ନର ମାନଙ୍କୁ ବିଭିନ୍ନ ଜିଲ୍ଲାରେ ହେଉଥିବା ରାଜ୍ୟରେ ଅନେକ ସୁବିଧା ସୁଯୋଗ ମିଳୁଛି। ହେଲେ ପୁରୀ ଭଳି ପର୍ଯ୍ୟଟନ ସ୍ଥଳୀରେ କିନ୍ନର ମାନଙ୍କୁ ନିର୍ଯ୍ୟାତନା ସହ ଭୋଟ ପରିଚୟ ପତ୍ର କି ଆଧାରକାର୍ଡ ଏଯାବତ୍ କରାଯାଇନାହିଁ। ତେଣୁ ପୁରୀ ଜିଲ୍ଳାରେ ୭ ଶହ କିନ୍ନର ମାନେ ଏହି ସମସ୍ୟାରରେ ଥିବାରୁ ତୁରନ୍ତ ସମାଧାନ କରିବାକୁ ଉପଜିଲ୍ଳାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଯଦି ଦାବୀ ପୁରଣ ନହୁଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବ ବୋଲି କହିଛନ୍ତି ସଂଘ।

ବୁର୍ଲା ବଡ଼ ମେଡିକାଲରେ ଆଇସିୟୁରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ-ରୋଗୀଙ୍କ ସଂପର୍କୀୟଙ୍କ ନିନ୍ଦା- ବୁର୍ଲା

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲରେ ଆଇସିୟୁରେ ଜଣେ ବିଚାରଧୀନ କଏଦୀର ମୃତଦେହ ଗତକାଲିଠାରୁ ପଡ଼ିରହିଛି।  ଗତକାଲି ଭୋର ୩ଟା ୫ମିନିଟରେ ସୁବାସ ପଟେଲ ନାମକ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିଲା।  ସୁବାସଙ୍କ ମୃତ୍ୟୁପରେ ଆଇନତଃ ଔପଚାରିକତା ସମ୍ପୂର୍ଣ୍ଣ କରିବାରେ ବିଳମ୍ବ ଓ ମୃତକଙ୍କ ପରିବାର ଲୋକଙ୍କ ବିରୋଧ ଯୋଗୁଁ ଗତକାଲି ଠାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ। ଆଇସିୟୁର ବେଡରେ ମୃତଦେହ ପଡିରହିଛି।

ଏକ ଡାକାୟତି ଘଟଣାରେ ଅଭିଯୁକ୍ତ ସୁବାଷ ଗତ ୨୦୧୬ ଅକ୍ଟୋବର ମାସରୁ ସମ୍ବଲପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଆସୁଥିଲେ।  ଜେଲରଙ୍କ କହିବା ଅନୁସାରେ ଗତ ୧୧ ତରିଖ ଦିନ ସୁବାସଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ସମ୍ବଲପୁର ସଦର ହସପିଟାଲ ଏବଂ ପରେ ୧୨ ତାରିଖରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରଯାଇଥିଲା।  ବୁର୍ଲା ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ଘଟିଥିଲା।  ଆଇସିୟୁରେ ଅନ୍ୟ ଗୁରୁତର ରୋଗୀମାନେ ଚିକିତ୍ସାଧୀନ ଥିବାରୁ ପାଖରେ ମୃତଦେହ ପଡ଼ିରହିବା ଘଟଣାକୁ ରୋଗୀଙ୍କ ସଂପର୍କୀୟମାନେ ନିନ୍ଦା କରିଛନ୍ତି।

‘Baahubali’ director SS Rajamouli donates money for a noble cause

New Delhi: After breaking the Box Office records with ‘Baahubali 2: The Conclusion’, Indian filmmaker SS Rajamouli has now stepped forward to support a noble cause. The 43-year-old director has reportedly donated Rs 6 lakh to promote cleanliness.

According to a TOI report, a cheque worth Rs 6 Lakhs was given to the deputy commissioner by Rajamouli for Ballari. The amount has been handed over in order to strengthen cleanliness activities there. Well, it is good to see celebrities contributing towards nation building in their own capacity.

ବ୍ରହ୍ମପୁର ସିଟି ହସପିଟାଲ୍‌ ଇନଫରମେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ ରାନସମୱେର ଭାଇରସ୍ ଅଟାକ୍‌

ବ୍ରହ୍ମପୁର: ଓଡ଼ିଶାରେ ରାନସମୱେର ଭାଇରସ୍ ଅଟାକ୍‌ ହୋଇଛି।  ବ୍ରହ୍ମପୁର ସିଟି ହସପିଟାଲ୍‌ ଇନଫରମେସନ୍ ମ୍ୟାନେଜମେଣ୍ଟ ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଏତଲା ଦେବା ପରେ ମାମଲା ରୁଜୁ ତଦନ୍ତ ଅାରମ୍ଭ କରିଛି ଟାଉନ୍‌ ଥାନା ପୋଲିସ୍‌। ସେପଟେ ଘଟଣାର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ଏକ ବିଶେଷଜ୍ଞ ଟିମ୍ ବ୍ରହ୍ମପୁର ଅଭିମୁଖେ ଆସୁଛି।

ସିଟି ହସ୍ପିଟାଲ୍ ଇନ୍‌ଫରମେସନ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇ ହ୍ୟାକର ୩୦୦ ଡଲାର ଦାବି କରିଥିବା କୁହାଯାଉଛି।  ଡାକ୍ତରଖାନାର ମେଲ୍ ଅାଇଡିରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ମଧ୍ୟ ହ୍ୟାକ୍ କରାଯାଇଥିବା ଆଶଙ୍କା କରାଯାଉଛି। ଓଡ଼ିଶାରେ ରାନସମୱେର ଭାଇରସରୁ ରକ୍ଷା ପାଇବା ପାଇଁ ଗତକାଲି କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ୱାନାକ୍ରାଏ ରାନସମୱେର ଭାଇରସରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଆଡଭାଇଜରି କରିଛି। କିଭଳି କମ୍ପ୍ୟୁଟରକୁ ରକ୍ଷା କରାଯାଇ ପାରିବ ସେନେଇ ସମସ୍ତ ବିଭାଗକୁ ପରାମର୍ଶ ଜାରି କରାଯାଇଛି। ନିଜ ସିଷ୍ଟମକୁ ସବୁବେଳେ ଅପଡେଟ୍ ରଖିବା ସହ ଆଣ୍ଟି ଭାଇରସ୍ ସଫ୍ଟୱେରକୁ ଅପଡେଟ୍ କରିବାକୁ କୁହାଯାଇଛି। କମ୍ପ୍ୟୁଟରରେ ଥିବା ଡାଟାକୁ ନିୟମିତ ବ୍ୟାକ୍ଅପ୍ ରଖିବାକୁ ମଧ୍ୟ କୁହାଯାଇଛି। ସମସ୍ତ ଡାଟାର ବ୍ୟାକ୍ଅପ୍ ଅଫଲାଇନରେ ରଖିବାକୁ କୁହାଯାଇଛି।  ସରକାରଙ୍କ ଡାଟା ସିଷ୍ଟମକୁ ରକ୍ଷା କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।