ପୃଥିବୀରେ ନବୀକରଣ ଶକ୍ତିର କାଠ ହେଉଛି ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଉତ୍ସ- ମୁଖ୍ୟମନ୍ତ୍ରୀ

ଜୟଦେବ ଭବନଠାରେ ଆୟୋଜିତ ବିଶ୍ୱ ବନଦିବସ-୨୦୧୭ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୃଥିବୀରେ ନବୀକରଣ ଶକ୍ତିର କାଠ ହେଉଛି ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଯଦି ଜଙ୍ଗଲ ସଂରକ୍ଷଣ ପାଇଁ ଦୀର୍ଘସ୍ଥାୟୀ ଉପାୟ ଅବଲମ୍ବନ କରାଯାଏ, ତେବେ କାଠ ଏକ ଉତ୍ତମ ଶକ୍ତିର ଉତ୍ସ ହୋଇପାରିବ। ଏହାର ଉପଯୁକ୍ତ ବ୍ୟବହାର କରାଗଲେ, ଏହା ଲୋକଙ୍କୁ ରୋଜଗାରକ୍ଷମ କରାଇବାରେ ସହାୟକ ହେବ। କାଠ ପରି ଅକ୍ଷୟଶକ୍ତି ଯେପରି ନିରନ୍ତର ଭାବରେ ଉବଲବ୍ଧ ହୋଇପାରିବ, ସେଥିପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବାର ଆବଶ୍ୟକତା ରହିଛି। ଏହା ଜଳବାୟୁ ପ୍ରଦୂଷଣ ଓ ତାପମାତ୍ରା ବୃଦ୍ଧିକୁ ମଧ୍ୟ ରୋକିପାରିବ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ମୋଟ ଭୌଗଳିକ ଅଞ୍ଚଳର ୩୭.୩୪ ପ୍ରତିଶତ ଅଞ୍ଚଳ ଜଙ୍ଗଲରେ ଆଚ୍ଛାଦିତ ରହିଛି। ସେଥିମଧ୍ୟରୁ ୩୪.୯୦ ପ୍ରତିଶତ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି। ଯାହା ଜାତୀୟ ଟାର୍ଗେଟ ୩୩ ପ୍ରତିଶତ ଠାରୁ ଅଧିକ। ତେବେ ଚଳିତ ବର୍ଷ ବାଉଁଶ ବଣ ସୃଷ୍ଟି ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଗତ ୯ବର୍ଷ ମଧ୍ୟରେ ରାଜ୍ୟରେ ୨୨ ହଜାର ୪୨୫ ହେକ୍ଟର ଅଞ୍ଚଳରେ ବାଉଁଣ ବଣ ସୃଷ୍ଟି କରାଯାଇଛି। ୨୦୧୭-୧୮ରେ ହଜାରେ ଏକର ଜମିରେ ବାଉଁଣ ବଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।ସେହିପରି ଆମ ଜଙ୍ଗଲ ଯୋଜନରେ ୭ ହଜାର ବନ ସୁରକ୍ଷା ସମିତିକୁ ସାମିଲ କରାଯାଇ ୨.୬୫ ଲକ୍ଷ ହେକ୍ଟର ଉଜୁଡା ଜଙ୍ଗଲର ପୁନରୁଦ୍ଧାର କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୭୦୯୧ଟି ସ୍ଥାନ ଚିହ୍ନଟ କରାଯାଇଛି। ଏଥିସହିତ ଜଗନ୍ନାଥ ବନ ପ୍ରକଳ୍ପ ମାଧ୍ୟମରେ ବ୍ୟାପକ ବୃକ୍ଷ ରୋପଣ ଲାଗି ଯୋଜନା ରହିଛି। ତେବେ ଜଙ୍ଗଲ ଜଳବାୟୁ ପରିବର୍ତ୍ତନରେ ଉପରେ ସ୍ଥିରତା ରକ୍ଷା କରୁଥିବାରୁ ଏହାର ସୁରକ୍ଷାରେ ଜନସାଧାରଣ ସହଯୋଗ କରିବାକୁ ସେ ଆହ୍ୱାନ କରିଥିଲେ। ଉତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ, ଚଳିତ ଆର୍ଥିକ ବର୍ଷରେ ୪୯୮ ଲକ୍ଷ ·ରା ରୋପଣ କରାଯାଇ ୧ଲକ୍ଷ ୯୭ ହଜାର ୮୬୭ ହେକ୍ଟର ଅଞ୍ଚଳରେ ବନୀକରଣ କରାଯାଇଛି। ଏଥିସହିତ ୩୩୩ ଲକ୍ଷ ·ରା ସ୍ୱଳ୍ପ ମୂଲ୍ୟରେ ·ଷୀ, ହିତାଧିକାରୀ ଓ ଅନ୍ୟମମାନଙ୍କୁ ବିତରଣ କରାଯାଇଛି। ୫ହଜାର ୫୮୮ କିଲୋମିଟ ପଥପାଶ୍ୱର୍ ବନୀକରଣ ଏବଂ ସହରାଞ୍ଚଳର ବନୀକରଣ ଲାଗି ୧୩ଲକ୍ଷ ୯୦ ହଜାର ବୃକ୍ଷ ରୋପଣ କରାଯାଇଛି। ସେହିପରି ୭୦୦ଟି ପବିତ୍ର ବନସ୍ଥଳୀର ପୁନରୁଦ୍ଧାର ଓ ଆନୁସଙ୍ଗିକ ଉନ୍ନତି କରାଯାଇଛି।ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏସଏସ ଶ୍ରୀବାସ୍ତବ ଓ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବନ୍ୟଜନ୍ତୁ ସୂଚନା ବା ଷ୍ଟେଟ ୱାଇଲ୍ଡ ଲାଇଫ ଇନଫରମେସନ ୱେବ ପୋଟାକୁ ଉଦଘାଟନ କରିଥିଲେ। ଏଥିସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ୨୦ଜଣ ବନ କର୍ମ·ରୀଙ୍କୁ ସମ୍ମାନୀତ କରିଥିଲେ।

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s